ବଲାଙ୍ଗୀର ଜିଲ୍ଲାର ସଇଁତଲା ଉଠାଜଳସେଚନ ପ୍ରକଳ୍ପ ଅଚଳ । ବାରମ୍ବାର ଅଭିଯୋଗ ସତ୍ତ୍ବେ ସମସ୍ୟାର ସମାଧାନ ହେଉନଥିବାରୁ ରାସ୍ତାକୁ ଓହ୍ଲାଇଛନ୍ତି ଲୋକେ । ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ୍ ୭ଟି ପଞ୍ଚାୟତର ଚାଷୀ ରାସ୍ତା ଅବରୋଧ କରି ପ୍ରତିବାଦ କରିଛନ୍ତି। ବର୍ତ୍ତମାନ ପ୍ରକଳ୍ପରେ ଝୁଲୁଛି ତାଲା । ଆଉ ଏବେପଟେ ଚାଷୀ ଙ୍କୁ ଘାରିଛି ମରୁଡ଼ି ଚିନ୍ତାରେ ଝୁରି ହେଉଛନ୍ତି ଚାଷୀ।ଜମି ଶୁଖିଲା ପଡିଥିବାରୁ ଚାଷ ହେଇ ପାରୁନାହିଁ l କିଛି ସ୍ଥାନରେ ମାଟି ଫାଟି ଆଁ କଲାଣି ଏ ପରିସ୍ଥିତି କୁ ଦେଖି ଆଜି ସାତୋଟି ଗ୍ରାମପଞ୍ଚାୟତ ର ହଜାର ହଜାର ସଂଖ୍ୟା ରେ ଜାତୀୟ ରାଜପଥ ନଂ ୨୬ ବରଗାଁ ଛକ ଠାରେ ରାସ୍ତା ଅବରୋଧ କରିଥିଲେ l ଚାଷୀ ଆନ୍ଦୋଳନ କୁ ଦେଖି କଂଗ୍ରେସ ଓ ବିଜେଡି ମଧ୍ୟ ସାମିଲ ହୋଇଥିଲେ l ଆନ୍ଦୋଳନ ରେ ବଲାଙ୍ଗୀର ଜିଲ୍ଲାର ବିଜେଡି ର ସାଂସଦ ପ୍ରାଥୀ ସୁରେନ୍ଦ୍ର ସିଂ ଭୋଇ l ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀ ର କଂଗ୍ରେସ ବିଧାୟକ ପ୍ରାଥୀ ବୀରେନ୍ଦ୍ର ବାଗ ସମତେ ସରପଞ୍ଚ ସମିତି ତଥା ଚାଷୀ ନେତା ଉପସ୍ଥିତ ଥିଲେ l ରାଜରାସ୍ତା ଅବରୋଧ କଳା ପରେ କିଛି ସମୟ ରେ ଟିଟିଲାଗଡ଼ ଉପଜିଲ୍ଲାପାଳ ଓ କନିଷ୍ଠ ଯନ୍ତ୍ରୀ ଆନ୍ଦୋଳନ କୁ ପହଂଚି ଉପସ୍ଥିତ ଚାଷୀ ମାନଙ୍କ ସମ୍ମୁଖରେ ତିନି ଦିନରେ ଆଗ୍ରିମେଣ୍ଟ ସରିଯିବ ଗୋଟିଏ ସପ୍ତାହ ଭିତରେ ବୃହତ ଉଠାଜଳସେଚନ ଚାଲୁ କରାଯିବ ଓ ଗୋଟିଏ ସପ୍ତାହ ଭିତରେ ଚାଷ ଜମି ରେ ପାଣି ହେବ ବୋଲି ପ୍ରତିଶୃତି ଦେଲା ପରେ ହଜାର ହଜାର ଚାଷୀ ମାନେ ଆନ୍ଦୋଳନ ରୁ ଓହରୀ ଯାଇଥିଲେ ସୁରକ୍ଷା ପାଇଁ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ଥିଲେ |
ବଲାଙ୍ଗିର ଜିଲ୍ଲା ସଇଁତଲା ରୁ ଅଶ୍ୱିନୀ ସାହୁ ଙ୍କ ରିପୋର୍ଟ NEWS X ଓଡିଶା


Post a Comment