//BREAKING//
Loading...

କେମିତି କଟିବ ଆପଣଙ୍କ ଦିନ ? ଜାଣନ୍ତୁ ଆଜିର ରାଶିଫଳ..

  

Aries

ମେଷ


ଅଶ୍ୱନୀ- ପ୍ରେମକୁ ନେଇ ସୃଷ୍ଟି ହୋଇଥିବା ସନ୍ଦେହ ଦୂର ହେବ ।  କାମକୁ ପୂରା କରିବା ଲାଗି ଯୋଜନା ପ୍ରସ୍ତୁତ କରିବେ ଓ ତହିଁରେ ଲାଭ ମିଳିବ । ଶାରୀରିକ ପିଡା ଭୋଗ କରି ପାରନ୍ତି ।  ଘର ସଜାଇବାରେ ଧ୍ୟାନ ଦେବେ । ଦ୍ୱିଜା- ପୂର୍ବରୁ କରିଥିବା କାମରୁ ଲାଭ ମିଳିପାରେ । ବିଦ୍ୟାର୍ଥୀମାନଙ୍କ ପାଇଁ ଶୁଭ ଦାୟକ ରହିବ । ରାଜନୀତିରେ ସମର୍ଥନ ହ୍ରାସ ପାଇବ । ଆପଣଙ୍କର ଭଲ ବ୍ୟବହାରରେ ସହକର୍ମୀ ପ୍ରଭାବିତ ହେବେ । କୃତିକା- ଲେଖକ ଓ କଳାକାରଙ୍କ ଲାଗି ସମୟ ଅନୁକୂଳ ରହିବ । ଅଫିସରେ ସ୍ଥଗିତ କାମ ପାଇଁ ଅନ୍ୟକୁ କୈଫିୟତ ଦେବାକୁ ପଡିବ । ନୂତନ ଯାନବାହନ କ୍ରୟ କରିବା ସକାଶେ ମନ ବଳାଇ ପାରନ୍ତି ।   

ପ୍ରତିକାର- ଇଷ୍ଟଦେବ ନୃସିଂହ ମନ୍ତ୍ର ପାଠ କରନ୍ତୁ 

ଶୁଭ ରଙ୍ଗ :ଲାଲ୍

ଶୁଭ ସଂଖ୍ୟା :



Taurus

ବୃଷ


କୃତିକା- ବିଦ୍ୟାର୍ଥୀମାନେ ପଢାପଢିରେ ଅଧିକ ପରିଶ୍ରମ କରିଲେ ମଧ୍ୟ ଭଲ ଫଳ ମିଳିବ ନାହିଁ । ରାଜନୀତିରେ ନୂତନ ସମସ୍ୟାରେ ପୀଡିତ ହେବେ ।  ଅଧିକାରୀଙ୍କ ସହିତ ତାଳମେଳ ରଖନ୍ତୁ ଫାଇଦା ହେବ । ରୋହିଣୀ- ପଡୋଶୀ ଏବଂ କୁଟୁମ୍ଭ ସହ ଲାଗିଥିବା କଳହର ସମାଧାନ ହୋଇଯିବ । ଯାନବାହନ କିଣି ଖୁସି ଅନୁଭବ କରିବେ । ଜାଗା ଜମି କ୍ଷେତ୍ରରେ ଅନେକ ଦିନ ଧରି ଚାଲିଥିବା ଦ୍ୱନ୍ଦ ଦୂରେଇ ଯିବ । ମୃଗଶିରା- ଆକସ୍ମିକ ଭାବେ ନିକଟ ସମ୍ପର୍କୀୟ ମାନଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ । ରାଜନୈତିକ ନେତା ମିଥ୍ୟା ଗୁଜବରେ ବିଚଳିତ ହେବେ । ବିବାଦୀୟ ପରିସ୍ଥିତିକୁ ମନ ବୁଝାଣିଆ କଥା କହି ପରିବେଶକୁ ସ୍ୱାଭାବିକ କରିପାରନ୍ତି  ।

ପ୍ରତିକାର– ଶୁକ୍ରଙ୍କର  ମନ୍ତ୍ର ପାଠ କରନ୍ତୁ 

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :


Gemini

ମିଥୁନ


ମୃଗଶିରା- ଜୀବନସାଥିଙ୍କ ସହିତ ସମ୍ବନ୍ଧ ମଧୁର ରହିବ । ଅନ୍ୟ କାହାର ସହେଯାଗ ନ ପାଇଲେ ମଧ୍ୟ ଯେଉଁ କାର୍ଯ୍ୟ କରିବେ ତାହା ସୂଚାରୁ ରୂପେ କରିପାରିବେ । ପ୍ରକୃତିର ଆନନ୍ଦ ନେବା ପାଇଁ ମନ ହେବ । ପ୍ରଶାସନିକ କାମ ଧୈର୍ଯ୍ୟର ସହ କରନ୍ତୁ । ଆଦ୍ରା- ପରିବାରର ସମପର୍କୀୟଙ୍କ କୌଣସି ଘଟଣା ଯୋଗୁଁ ବ୍ୟତିବ୍ୟସ୍ତ ହୋଇଯିବେ । ନୂଆ ଲକ୍ଷ ପୂରଣ କରିବା ପାଇଁ ସାହାଯ୍ୟ ସହଯୋଗ ମିଳିବ । ଧୀରସ୍ଥିର ମନଦେଇ କାମ କଲେ ସମସ୍ୟାର ସରଳ ସମାଧାନ ହେବ । ପୁନର୍ବସୁ- ସଭାସମିତିରେ ସମ୍ମାନ ପ୍ରାପ୍ତି ଘଟିବ । ନିଜ ବ୍ୟବହାର୍ଯ୍ୟ ଜିନିଷ ପରକୁ ଦେଇ ଅପଦସ୍ଥ ହୋଇପାରନ୍ତି । କଳା, ସାହିତ୍ୟ, ସଙ୍ଗୀତ, କ୍ରୀଡା ଓ ସାମ୍ବାଦିକତାରେ ଉଚ୍ଚ ପ୍ରଶଂସିତ ହେବେ ।

ପ୍ରତିକାର– ବୁଧଙ୍କର ଗାୟତ୍ରି ମନ୍ତ୍ର ପାଠ କରନ୍ତୁ 

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :


Cancer

କର୍କଟ


ପୁନର୍ବସୁ- ବ୍ୟବସାୟରେ ଖର୍ଚ୍ଚାନ୍ତ ହୋଇ କାର୍ଯ୍ୟ ହାସଲ କରିବେ ।  ପତ୍ନୀଙ୍କ ସହିତ ମତ  ପାର୍ଥକ୍ୟ ଦେଖାଦେଇ ପାରେ । ଶାରୀରିକ ଚିନ୍ତା ଦୂର ହେବ । ନିଯୁକ୍ତି କ୍ଷେତ୍ରରେ ସଫଳତା ହାସଲ କରିପାରିବେ । ପୁଷ୍ୟା- ପାରିବାରିକ ଜୀବନରେ ସୁଖ ଏବଂ ଶାନ୍ତି ରହିବ। ପ୍ରେମ ବୃଦ୍ଧି ପାଇବ ଏବଂ ପରସ୍ପର ପ୍ରତି ସମନ୍ୱୟର ଭାବନା ମଧ୍ୟ ରହିବ । ମହିଳା ମାନେ ଐଶ୍ୱର‌୍ୟ୍ୟର ଅଧିକାରୀ ହୋଇପାରନ୍ତି । ଅଶ୍ଲେଷା- ଜମିଜମାକୁ ନେଇ ନିଜ ଲୋକମାନେ ବିଶ୍ୱାସଘାତ କରିପାରନ୍ତି ।  ମହିଳାମାନେ ଆମୋଦ ପ୍ରମୋଦରେ ସମୟ କଟାଇବେ । ଯାନ ବାହନ କିଣିବା ଲାଗି ଆଗ୍ରହ ପ୍ରକାଶ କରିବେ ।

ପ୍ରତିକାର– ମା ଭୁବନେଶୂରୀ ଯନ୍ତ୍ରିକା ମହାକବଚ ଧାରଣ କରିପାରନ୍ତି
 

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :



Leo

ସିଂହ


ମଘା- କୌଣସି ସମ୍ବନ୍ଧକୁ ନେଇ ଅଧିକ ଭାବପ୍ରବଣ ରହିବେ । ପାରିବାରିକ ସହଯୋଗ ମିଳିବା ଦ୍ୱାରା ଧନ ଲାଭର ସୁଯୋଗ ଆସିବ । ମନ ଭୁଲାଣିଆ କଥା କହି ସହକର୍ମୀଙ୍କ ଦ୍ୱାରା କାମଟି କରାଇ ନେବେ । ପୂ,ଫାଲଗୁନି- କ୍ୟାରିୟରରେ ସଫଳତା ମିଳିବ । ରାଜନୈତିକ କ୍ଷେତ୍ରରେ ବିଜୟ ଲାଭ ହେବ । ଆଶା କରୁଥିବା ଦିଗରୁ ଅର୍ଥ ଲାଭ କରିପାରନ୍ତି । ଚାକିରି ଖୋଜୁଥିବା ଲୋକଙ୍କୁ ନିଯୁକ୍ତି ମିଳିବ । ଉ,ଫାଲଗୁନି- ମାଲିମକଦମା ସମସ୍ୟାର ସମାଧାନ କରିବେ । ନୂଆ ଅଧ୍ୟାପନା ଲାଗି ସୁଯୋଗ ଆସିବ । ଲକ୍ଷ୍ୟକୁ ନେଇ ଯାତ୍ରା ସମ୍ପର୍ଣ୍ଣ କରିବେ । ଦୀର୍ଘ ଦିନର ଅପେକ୍ଷାରେ ଭଲ ସୁଯୋଗ ପାଇବେ ।

ପ୍ରତିକାର– ଶ୍ରୀ ମାତଙ୍ଗି ଯନ୍ତ୍ରିକା ମହାକବଚ ଧାରଣ  କରନ୍ତୁ

ଶୁଭ ରଙ୍ଗ :ନାରଙ୍ଗୀ

ଶୁଭ ସଂଖ୍ୟା :୧ 



Virgo

କନ୍ୟା


ଉ,ଫଳଗୁନି- ସୁସ୍ଥ ମାନସିକତା ରକ୍ଷାକରି ବିଦ୍ୟାକ୍ଷେତ୍ରରେ ଆଶାତୀତ ଲାଭ ପାଇବେ । ବ୍ୟବସାୟିକ ବୃଦ୍ଧି କରିବା ପାଇଁ ଯାତ୍ରା କରିବାର ବିଶେଷ ସମ୍ଭାବନା ଅଛି । ନ୍ୟାୟମାର୍ଗ ଓ ମିଠା ବଚନକୁ ନିଜର ଭୂଷଣଭାବି କର୍ମ କରିଲେ ଲାଭବାନ୍ ହେବେ । ହସ୍ତା- ପ୍ରେମ କ୍ଷେତ୍ରରେ ସମୟ ଗୁଡିକ ହସ ଖୁସିରେ ବିତିବ । ରାସ୍ତା ଘାଟରେ ଅତ୍ୟନ୍ତ ସତର୍କତା ସହ ଯାତାୟାତ କରିବା ଉଚିତ୍ । ଧାତୁ ପଦାର୍ଥ ବିକ୍ରୟ କରୁଥିବା ବ୍ୟବସାୟୀ ମାନେ ଲାଭବାନ୍ ହେବେ । ଚିତ୍ରା- ଶିକ୍ଷା ଦୃଷ୍ଟିରୁ ପିଲା ମାନଙ୍କୁ ବହୁତ ଭଲ ଫଳ ମିଳିବ । ମହିଳାମାନଙ୍କର ଭାଗ୍ୟ ଉଦ୍ୟୟ ହୋଇପାରେ । ପ୍ରଶାସନିକ ଆଲୋଚନା କ୍ଷେତ୍ରରେ ଅପରାହ୍ନ ସମୟ ଟେନସନ୍ କିଛି ମାତ୍ରରେ କମିଯିବ ।

ପ୍ରତିକାର- ସକାଳୁ କାଉକୁ ଖାଇବାକୁ ଦିଅନ୍ତୁ   

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :



Libra

ତୁଳା


ଚିତ୍ରା- ବ୍ୟବସାୟରେ ଆଶା କରାଯାଉଥିବା ସଫଳତା ପାଇବାର ସମ୍ଭାବନା ରହିଛି । ପାରିବାରିକ କାର୍ଯ୍ୟରେ ଯୋଗଦେବାକୁ ସୁଯୋଗ ପାଇପାରନ୍ତି । ପ୍ରେମ ବୃଦ୍ଧି ପାଇବ ଏବଂ ପରସ୍ପର ପ୍ରତି ସମନ୍ୱୟର ଭାବନା ମଧ୍ୟ ରହିବ । ସ୍ୱାତୀ- ଦୂର ଜାଗାକୁ ଭ୍ରମଣରେ ଯାଇ ପାରନ୍ତି । ଛାତ୍ରଛାତ୍ରୀ ଉଚ୍ଚଶିକ୍ଷା କରିବା ପାଇଁ ସୁଯୋଗ ଆସିପାରେ । ନୂଆ ଜ୍ଞାନର ବୃଦ୍ଧି ହେତୁ ପ୍ରଚୁର ଧନଲାଭ ହେବ । ବିଶାଖା- ମନରେ ଦବି ରହିଥିବା କଥା ସମ୍ମୁଖକୁ ଆଣନ୍ତୁ  ଭଲ କଥା କହି ବନ୍ଧୁ ମନରେ ବିଶ୍ୱାସ ଆଣିବେ । କ୍ରୀଡାକ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇବେ । ଜମିକୁ ନେଇ ଭାଇ ବିରୋଧୀ  ହୋଇପାରନ୍ତି ।

ପ୍ରତିକାର– କମଳାଙ୍କ ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ 

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :


Scorpio

ବିଛା


ବିଶାଖା- ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ । ପାରିବାରିକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ବହନ କରିବେ । ବାଣିଜ୍ୟ- ବ୍ୟବସାୟରେ ସ୍ଥିତି ସୁଦୃଢ ହୋଇଯିବ । ଅନୁରାଧା- ରାଜନିତିରେ କୌଣସି କାର୍ଯ୍ୟ ଆପଣଙ୍କ ହାତରୁ ଖସି ଯାଇପାରେ । କଳା ଓ ସାହିତ୍ୟ କ୍ଷେତ୍ରରେ ପ୍ରଶଂସିତ ହେବେ । ସାମ୍ବାଦିକତା କ୍ଷେତ୍ରରେ ପ୍ରଶଂସା ପାଇବେ ।  ଜ୍ୟେଷ୍ଠା- ଦୂରଯାତ୍ରାରେ ପ୍ରିୟଜନଙ୍କ ସହ ମିଳନ ହେବା ସହ ଅଟକିଥିବା କାର୍ଯ୍ୟ ପୂରଣ ହେବ । ବୁଦ୍ଧିମତା କାରଣରୁ ସମସ୍ତ କ୍ଷେତ୍ରରେ ଲାଭବାନ ହେବେ । କର୍ମକ୍ଷେତ୍ର ଓ ଆନୁଷ୍ଠାନିକ କାମରେ ଦ୍ରୁତୋନ୍ନତି ପରିଲକ୍ଷିତ ହେବ।

ପ୍ରତିକାର– ନୃସିଂହଙ୍କ ପୂଜା ସହିତ ମନ୍ତ୍ର ଜପ କରନ୍ତୁ

ଶୁଭ ରଙ୍ଗ :ଲାଲ୍

ଶୁଭ ସଂଖ୍ୟା :



Scorpio

ବିଛା


ବିଶାଖା- ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ । ପାରିବାରିକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ବହନ କରିବେ । ବାଣିଜ୍ୟ- ବ୍ୟବସାୟରେ ସ୍ଥିତି ସୁଦୃଢ ହୋଇଯିବ । ଅନୁରାଧା- ରାଜନିତିରେ କୌଣସି କାର୍ଯ୍ୟ ଆପଣଙ୍କ ହାତରୁ ଖସି ଯାଇପାରେ । କଳା ଓ ସାହିତ୍ୟ କ୍ଷେତ୍ରରେ ପ୍ରଶଂସିତ ହେବେ । ସାମ୍ବାଦିକତା କ୍ଷେତ୍ରରେ ପ୍ରଶଂସା ପାଇବେ ।  ଜ୍ୟେଷ୍ଠା- ଦୂରଯାତ୍ରାରେ ପ୍ରିୟଜନଙ୍କ ସହ ମିଳନ ହେବା ସହ ଅଟକିଥିବା କାର୍ଯ୍ୟ ପୂରଣ ହେବ । ବୁଦ୍ଧିମତା କାରଣରୁ ସମସ୍ତ କ୍ଷେତ୍ରରେ ଲାଭବାନ ହେବେ । କର୍ମକ୍ଷେତ୍ର ଓ ଆନୁଷ୍ଠାନିକ କାମରେ ଦ୍ରୁତୋନ୍ନତି ପରିଲକ୍ଷିତ ହେବ।

ପ୍ରତିକାର– ନୃସିଂହଙ୍କ ପୂଜା ସହିତ ମନ୍ତ୍ର ଜପ କରନ୍ତୁ

ଶୁଭ ରଙ୍ଗ :ଲାଲ୍

ଶୁଭ ସଂଖ୍ୟା :


Capricorn

ମକର


ଉ,ଷାଢା- ମାନସିକ ସ୍ଥିରତା ଦେଖାଦେବା ସହ କାମରେ ପରିଶ୍ରମ କରି ପ୍ରଂଶସିତ ହେବେ । ବ୍ୟବସାୟ ପାଇଁ ଭ୍ରମଣ କରିବା ଫଳରେ ବିଶେଷ ଲାଭାନ୍ୱିତ ହେବେ । ବନ୍ଧୁ ମିତ୍ରଙ୍କର ଆର୍ଥୀକ ସହାୟତାର ନୂତନ ପନ୍ଥା ଅନୁସରଣ କରିବେ । ଶ୍ରବଣା- କାରବାରରେ ବନ୍ଧୁ ବା ପରିବାର ଲୋକଙ୍କ ସାହାଯ୍ୟ ପାଇବେ । ରାଜନିତିରେ ଚାପ ହେତୁ ମାନସିକ କ୍ଲାନ୍ତି ଅନୁଭବ କରିବେ । ପରୀକ୍ଷାର୍ଥୀଙ୍କୁ ଶୁଭ ଖବର ମିଳିବ । ଧନିଷ୍ଠା- କ୍ରୋଧକୁ ଦମନ କରି ହସଖୁସିରେ ବାତାବରଣ ସୃଷ୍ଟି ହେବ । ଓକିଲାତି ଓ ପରିଚାଳନ ସହିତ ଜଡିତ ଲୋକଙ୍କୁ ବହୁତ ସମ୍ମାନ ମିଳିପାରେ । କୌଣସି ମହତ୍ୱପୂର୍ଣ୍ଣ ବ୍ୟକ୍ତିଙ୍କ ସହ ଭେଟ ହେବ ।

ପ୍ରତିକାର– ମହାଦେବଙ୍କର ପୂଜାର୍ଚ୍ଚନା କରନ୍ତୁ

ଶୁଭ ରଙ୍ଗ :ନୀଳ

ଶୁଭ ସଂଖ୍ୟା :


Aquarius

କୁମ୍ଭ


ଧନିଷ୍ଠା- ଆୟ ଖୁବ୍ ଭଲ ହେବ ଓ ବ୍ୟୟ ସାମାନ୍ୟ ବଢିବ । ଅନେକ ଦିନରୁ ଲାଗି ରହିଥିବା ଦେହ ପିଡାରୁ ମୁକ୍ତ ରହିବେ । ପାରିବାରିକ ଜୀବନ ହସଉଲ୍ଲାସରେ କଟିବ । କୌଣସି ସମ୍ବନ୍ଧକୁ ନେଇ ଅଧିକ ଭାବପ୍ରବଣ ରହିବେ । କାମରେ ଭାଇ,ଭଉଣୀଙ୍କ ସହଯୋଗ ପାଇବେ । ଶତଭିଷା- ସହକର୍ମୀଙ୍କ ସାହାଯ୍ୟ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ୱିତ କରିବେ । ମନ ପ୍ରଫୁଲ୍ଲିତ ରହିବ । ପଢାପଢିରେ ସର୍ମ୍ପୂର୍ଣ୍ଣ ଅବହେଳା ଘଟିବ ଓ ପଛେଇଯିବ ମହିଳାମାନେ ପୂଜାପାଠରେ ମନ ଲଗାଇବେ। ରାଜନୈତିକ କ୍ଷେତ୍ରରେ ସଫଳତା ପାଇବେ । ପୂ,ଭାଦ୍ରପଦ- ଅନେକ ସୂତ୍ରରୁ କିଛି ଧନ ସମ୍ପତ୍ତି ପାଇବାର ଯୋଗ ଅଛି । ମାଲିମକନ୍ଦମାରେ ସଫଳତା ହାସଲ କରିବେ । ମହିଳା ମାନେ ଆନନ୍ଦରେ ସମୟ ଅତିବାହିତ କରିବେ ।

ପ୍ରତିକାର– ଶନିଙ୍କର ଗାୟତ୍ରୀ ପାଠ କରନ୍ତୁ 
 

ଶୁଭ ରଙ୍ଗ :ନୀଳ

ଶୁଭ ସଂଖ୍ୟା :


Pisces

ମୀନ


ପୂ,ଭାଦ୍ରପଦ- ଶାରୀରିକ ଅସୁସ୍ଥତା ଜନିତ ପୀଡାରେ କଷ୍ଟ ପାଇପାରନ୍ତି । ନିଜ ଲୋକଙ୍କ ଉପରେ ଭରସା ମଧ୍ୟ କରି ପାରିବେ ନାହିଁ । ବ୍ୟବସାୟରେ କୈାଣସି ପରିସ୍ଥିତି ପ୍ରତି ଦୃଷ୍ଟି ରଖି କାମ କରନ୍ତୁ । ଉ,ଭାଦ୍ରପଦ- ଶିକ୍ଷାତ୍ରୀମାନେ ଦେଇଥିବା ପରିକ୍ଷାରେ କୃତକାର୍ଯ୍ୟ ହେବେ । ନିଜ ସାମର୍ଥ୍ୟ ଅନୁଯାୟୀ ସରଳ ଭାବେ କାମ ପୁରା କରିବେ । ଆର୍ଥୀକ ସ୍ଥିତି ପୂର୍ବପରି ରହିବା କାରଣରୁ ମନରେ ଖୁସି ରହିବ ନାହିଁ । ରେବତୀ- କର୍ମକ୍ଷେତ୍ରରେ ଅନିଚ୍ଛା ସତ୍ୱେ ପ୍ରତିକ୍ରିୟାକୁ ପ୍ରକାଶ କରନ୍ତୁ ନାହିଁ । ଜମିଜମା କ୍ଷେତ୍ରରେ ଅଶାନୂରୁପ ସଫଳତା ମିଳିବ । ମହିଳା ମାନଙ୍କ ପାଇଁ ଦିନଟି ମହତ୍ତ୍ୱପପୂର୍ଣ୍ଣ ରହିବ ।

ପ୍ରତିକାର – ତାରାଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ

ଶୁଭ ରଙ୍ଗ :ହଳଦିଆ

ଶୁଭ ସଂଖ୍ୟା :

Post a Comment

Previous Post Next Post