//BREAKING//
Loading...

Half-Buried Body Recovered: ଇଲେକ୍ଟ୍ରିସିଆନକୁ ମାରି ମାଟି ତଳେ ପୋତିଦେଲେ


 ବରଗଡ଼ରେ ଚାଞ୍ଚଲ୍ୟ  l ଇଲେକ୍ଟ୍ରିସିଆନଙ୍କୁ ହତ୍ୟା କରି ମାଟି ତଳେ ପୋତି ଦେଲେ ଦୁର୍ବୃତ୍ତ l ବରଗଡ଼ ପଞ୍ଚାୟତ କଲେଜ ନିକଟ ପଣ୍ଡରୀପଥର ପାଖରେ ଘଟିଛି ଏଭଳି ବବର୍ରକାଣ୍ଡ । ଜଣେ ବ୍ୟକ୍ତିଙ୍କୁ ହତ୍ୟା କରି ଦୁର୍ବୃତ୍ତମାନେ ମାଟିରେ ଅଧା ପୋତି ଦେଇଛନ୍ତି । ମୃତକ ଜଣଙ୍କ ସ୍ଥାନୀୟ ଅଞ୍ଚଳର ୪୫ ବର୍ଷୀୟ ଦେବରାଜ ପାଣିଗ୍ରାହୀ l ସେ ଇଲେକ୍ଟ୍ରୀସିଆନ୍ ଭାବେ କାମ କରୁଥିଲେ । ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବାବେଳେ ହତ୍ୟାର କାରଣ ଅସ୍ପଷ୍ଟ ଅଛି । ଗ୍ରାମାଞ୍ଚଳ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ କରୁଛି l ସେପଟେ ଭାଇକୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ କରି ନ୍ୟାୟ ଦାବି କରିଛନ୍ତି ମୃତକଙ୍କ ଭଉଣୀ  । ସେ ଅଭିଯୋଗ କରିଛନ୍ତି ଯେ, ମୋ ଭାଇକୁ ଇଟାରେ ଛେଚି ନିର୍ମମ ଭାବେ ହତ୍ୟା କରାଯାଇଛି । ହତ୍ୟା ପରେ ତାକୁ ବାଲିରେ ଅଧା ପୋତି ଦେଇଥିଲେ । ଯିଏ ବି ଦୋଷୀ ତାଙ୍କୁ ଯଥାଶୀଘ୍ର ଗିରଫ କରାଯାଇ କଠୋର ଦଣ୍ଡ ଦିଆଯାଉ ଏବଂ ମୋ ଭାଇକୁ ନ୍ୟାୟ ମିଳୁ । ତେବେ କିଏ ଏବଂ କାହିଁକି ଦେବରାଜଙ୍କୁ ହତ୍ୟା କଲା ତାହା ଜଣା ପଡିନଥିବା ବେଳେ ପୋଲିସ ଘଟଣାରେ ଛାନଭିନ୍ ଜାରି ରଖିଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।

Post a Comment

Previous Post Next Post