//BREAKING//
Loading...

ଆଜି ବରଗଡ ଜିଲ୍ଲା ତାଲପାଲି ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରକୁ ଜିଲ୍ଲା ମୂଖ୍ୟ ଚିକିତ୍ସା ଅଧିକାରି


ବରଗଡ ଜିଲ୍ଲା ଗାଇସିଲେଟ ବ୍ଲକ ର ତାଲ ପାଲି ଗ୍ରାମରେ ଗୋଷ୍ଠିସ୍ୱାଥ୍ୟା  କେ ନ୍ଦ୍ରରେ ଜିଲ୍ଲା ମୂଖ୍ୟ ଅଧିକାରୀ ଡା. କୁବେର ଚନ୍ଦ୍ର ମହନ୍ତଙ୍କ ଗସ୍ତ କରି ପରିଦର୍ଶନ କଲେ । ଏହି ଅବସରରେ  ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ୨୧ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା । ଏହା ସହିତ ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ବ ଯୋଜନାରେ  ବ୍ଲକର କୋଣ ଅନୁକୋଣରୁ ଆସିଥିବା ଗର୍ଭବତୀ ମହିଳାଙ୍କୁ ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ବ ଯୋଜନା ଅନ୍ତର୍ଗତ ପରୀକ୍ଷା ଓ ଔଷଧ ପ୍ରଦାନ . ବୃକ୍ଷରୋପଣ ଆଦି କରାଯାଈଥିଲା ।  ନିଜେ ସମସ୍ୟା ଅବଗତ ହେବାପରେ ଲ୍ୟାବର ବ୍ୟବସ୍ଥାରେ ସନ୍ତୁଷ୍ଟ ହୋଇଥିଲେ  । ଏଠାରେ ଅଭାବ ଥିବା ଏକ ସିବିସି ମେସିନ .ଇଲୋକ୍ଟ୍ରୋଲାଇଟ ମେସିନର ଆବଶ୍ୟକତା ରହିଛି ଜାଣିବା ପରେ ତୁରନ୍ତ ତାହା ବ୍ୟବସ୍ଥା କରାଯିବ ବୋଲି ମତ ରଖିଥିଲେ । ଦିର୍ଘ ୨ ବର୍ଷରୁ ଉର୍ଦ୍ଧ୍ବ ହେବ ଖାଳି ପଡିଥିବା ଓ ପରିଚାଳିତ ହେଉନଥିବା ଆୟୁର୍ବେଦିକ ୟୁନିଟ ସଂପର୍କରେ ଆଲୋଚନାର ଉତ୍ତରରେ  ଡା. ମହନ୍ତ ଅଗଷ୍ଟ ୧୫ ସୁଦ୍ଧା ତାହା ଓ ଖାଳିପଡିଥିବା ଅନ୍ୟାନ୍ୟ ପଦବୀ ପୂରଣ କରାଯିବ ବୋଲି କହିଥିଲେ । ଦୀର୍ଘ ବର୍ଷ ହେବ ଏଠାରେ ଦାନ୍ତରୋଗ ବିଶେଷଜ୍ଞ ଅଛନ୍ତି ମାତ୍ର ଡେଣ୍ଟାଲ ଚେୟାର ନଥିବା ଅବଗତ ହେବାପରେ ତାହା ଶିଘ୍ରାତିଶିଘ୍ର ଦିଆଯିବାର ପ୍ରତିଶୃତି ଦେଇଥିଲେ ।  ଗୋଟିଏ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ରକ୍ତଦାନ କରିଥିବାରୁ . ଏହାର ପ୍ରସଂଶା କରିଥିଲେ । ଫାର୍ମାସିଷ୍ଟ ଅଶୋକ କୁମାର ମହାନ୍ତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଭାରପ୍ରାପ୍ତ ଚିକିତ୍ସା ଅଧିକାରି  ଡା. ସୁମିତ ମିଶ୍ର ସମେତ ଅନ୍ୟାନ୍ୟ ଡାକ୍ତର ଓ କର୍ମଚାରି ଉପସ୍ଥିତ ରହିଥିଲେ ।ସଭାରେ  ବିଭିନ୍ନ ଦିଗରେ ସମର୍ପିତ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।  ଏହା ସହିତ ଇନଡୋରରେ ପେସେଣ୍ଟ ରହିନଥିବା ଉପରେ କଟାକ୍ଷ ମଧ୍ୟ କରିଥିଲେ ଓ ଏଥିପ୍ରତି ଦୃଷ୍ଟିଦେବାକୁ ଉପଦେଶ ମଧ୍ୟ ଦେଇଥିଲେ  । ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟର  ବ୍ଲଡ ବ୍ୟାଂକର  ମୂଖ୍ୟ ସଂଗ୍ରାମ କେଶରି ମହନ୍ତ ଓ ଅନ୍ୟାନ୍ୟ କର୍ମଚାରି ରକ୍ତ ସଂଗ୍ରହରେ ସହାୟତା କରିଥିଲେ ।

ବରଗଡ ଜିଲ୍ଲା ରୁ ଶ୍ୟାମ ସୁନ୍ଦର ସୁନା ଙ୍କ ରିପୋର୍ଟ ନ୍ୟୁଜ X ଓଡ଼ିଶା

Post a Comment

Previous Post Next Post