//BREAKING//
Loading...

ଜମିରେ ଜମିରହୁଛି ପାଣି, ପୋଲ ନିର୍ମାଣ ଦାବୀ


ବଙ୍ଗୋମୁଣ୍ଡା :ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଭୁର୍ଷାଗୁଡା ପଞ୍ଚାୟତ ଟିଟିସିଲେଟ ଦେଇ ପକ୍କାସଡ଼କ ପଥ ଯାଇଛି । ଏହି ରାସ୍ତା ନିର୍ମାଣ ସମୟରେ ପାଣିନିଷ୍କାସନ ପାଇଁ ଠିକା ସଂସ୍ଥା ଓ ବିଭାଗୀୟ ଅଧିକାରୀ କୌଣସି ବ୍ୟବସ୍ଥା କରିନଥିବାରୁ ଏବେ ଚାଷ ଜମିରେ ପାଣି ଜମି ରହୁଛି । ଟିଟିସିଲେଟ ବଳ ସୁନା ଙ୍କ ଜମିରେ ଆଣ୍ଠୁଏ ପାଣି ଜମି ରହିବା ଫଳରେ କୌଣସି ପ୍ରକାର ଚାଷ ହୋଇପାରୁ ନାହିଁ । ଏଭଳି ସ୍ଥିତିରେ କିଭଳି ପରିବାରର ଗୁଜୁରାଣ ମେଣ୍ଟାଇବେ ଚିନ୍ତାରେ ପଡିଛନ୍ତି । ତୁରନ୍ତ ବିଭାଗୀୟ ଅଧିକାରୀ ତଥା ବ୍ଲକ ପ୍ରଶାସନ ଦୃଷ୍ଟି ଦେଇ ପୋଲ ନିର୍ମାଣ କରିବା ସହ ଜଳ ନିଷ୍କାସନ ବ୍ୟବସ୍ଥା କରିବାକୁ ଦାବୀ ହେଉଛି ।

Post a Comment

Previous Post Next Post